Kabisurya Nagar Social Team Presents

Saturday, October 7, 2017

kabisurya nagra # ମାଙ୍କ ପାଇ ପଦେ ..

💃ପତ୍ନୀ ବାରମ୍ବାର ମାଙ୍କ ଉପରେ ଅଭିଯୋଗ ଆଣୁଥିଲା......
 ଓ 👨🏻‍⚕ପତି ବାରମ୍ବାର ତାକୁ ନିଜ ସୀମାରେ ରହିବା ପାଇଁ କହୁଥିଲା.....
କିନ୍ତୁ 💃ପତ୍ନୀ ପାଟି ଚୁପ୍ କରିବାର ନାଁ ବି ଧରୁ ନ ଥିଲା ।
ସେ ଜୋର୍ ଜୋର୍ ରେ ପାଟି ଚିଲେଇ କହୁଥିଲା......

ମୁଁ ମୋ ସୁନାମୁଦିକୁ 💫ଏଇ ଟେବୁଲ୍ ଉପରେ ରଖିଥିଲି ....

ତୁମ ଓ ମୋ ବ୍ୟତିତ ଆଉ କେହି ବି ଏ ରୁମ୍ କୁ ଆସି ନାହାନ୍ତି......

ତେଣୁ ତୁମେ ମାନ ବା ନ ମାନ ମୋ ସୁନାମୁଦି କୁ ତୁମରି ମା ହିଁ ଚୋରି କରିଛନ୍ତି.........

କଥା ଯେତେବେଳେ ସହିବାର ସବୁ ସୀମା ଟପିଗଲା...

ତ ସେ ରାଗରେ ଢୋ କରି ଜୋର୍ ରେ ପତ୍ନୀର ଗାଲରେ  ✋ଚାପଡାଟାଏ ମାରିଲେ..

ମାତ୍ର ✌୨ ମାସ ପୂର୍ବରୁ ବାହାଘର ହୋଇଥିଲା । ତେଣୁ ପତ୍ନି ପକ୍ଷରେ ଚାପୁଡା ସହ୍ୟ ହେଲା ନାହିଁ । ତେଣୁ ଘର ଛାଡି ଯିବାକୁ ବାହାରିଲା.....

ଓ ଯିବା ସମୟରେ ପତିଙ୍କୁ ଗୋଟିଏ ପ୍ରଶ୍ନ ପଚାରିଲା....

ତୁମକୁ ତୁମ "ମା" ଉପରେ ଏତେ ବିଶ୍ବାସ କାହିଁକ

 ସେତେବେଳେ ପତୀ ଏମିତି ଏକ ଉତ୍ତର ଦେଲେ ଯାହାକୁ ଶୁଣି କବାଟ ପଛରେ ଛିଡା ହୋଇ ଶୁଣୁଥିବା ମା ର ମନ ଭରିଗଲା

ପତି ତାହାର ପତ୍ନୀକୁ କହିଲା...

ମୁଁ ଯେତେବେଳେ ଛୋଟ ଥିଲି
ମୋ ବାପା ମୋତେ ଛାଡି ଚାଲିଗଲେ । ମୋ ମା ପଡୋଶୀ ଙ୍କ ଘରେ ଝାଡୁ ପୋଛା କାମ କରି ଯାହା ରୋଜଗାର କରୁଥିଲା ସେଥିରେ କେବଳ ଗୋଟିଏ ବକ୍ତର ଖାଇବା ହେଉଥିଲା ।

 ମୋ ମା ବଡ ସରାଗରେ ସେ ସମସ୍ତ ଖାଇବାକୁ ଗୋଟିଏ ଥାଳିରେ ମୋତେ ପରଶି ଦେଉଥିଲା  ଓ ଖାଲି ଡବାକୁ ଢାଂକି ରଖି ଦେଉଥିଲା, ଆଉ କହୁଥିଲା....

ପୁଅ ରେ ସେଥିରେ ମୋର ଗୋଟେ ରୁଟି ଅଛି, ରାତିବେଳକୁ ଖାଇନେବୁ...

ମୁଁ ବି ସବୁବେଳେ ଅଧାରୋଟି ଖାଇଦେଇ କହୁଥିଲି କି..

ମା.. ମା...ମୋର ପେଟ ପୁରିଯାଇଛି, ଆଉ ଖାଇବିନି । ତେଣୁ ତୁ ଖାଇନବୁ..

ମୋ ମା ମୋର ସେହି ମିଛ ଅଧା ରୋଟିକୁ ଖାଇ ମୋତେ ପାଳି ପୋଷି ବଡ କରିଛି..

ଯଦିଓ ଆଜି ମୁଁ ଦୁଇ ବକ୍ତ ରୋଟି ରୋଜଗାର କରିବାରେ ସକ୍ଷମ ହୋଇପାରିଛି..

କିନ୍ତୁ ମୁଁ କେମିତି ଭୁଲିଯିବି ମୋ "ମା"ର ସେହି ଅତୁଳନୀୟ ତ୍ୟାଗକୁ ।

ଯିଏ ତାର ସେ ବୟସରେ(ଯୁବା ଅବସ୍ଥା) ବି ତାର ସମସ୍ତ ଇଛାକୁ ମୋ ପାଇଁ ମାରିଦେଇଛି..

ମୁଁ ଆଜି କେମିତି ମାନିନେବି ଯେ ସେ ତାର ପରିଣତ ବୟସରେ ଗୋଟିଏ ଛାର ମୁଦି ର ଭୋକିଲା ହୋଇଥିବ ବୋଲି...

ମୁଁ ଏହା ସ୍ବପ୍ନରେ ବି ଭାବିପାରିବିନି🤦‍♂

ତୁମେ ତ ତିନି ମାସ ହେଲା ମୋ ସାଥିରେ ରହିଲ..
କିନ୍ତୁ ମୁଁ ମୋ ମାର ତପସ୍ୟାକୁ ଦୀର୍ଘ ପଚିଶ ବର୍ଷ ହେଲାଣି ଦେଖିଛି .....

ଏହା ଶୁଣି "ମା" ର ଆଖି ଲୁହରେ ଛଳଛଳ ହୋଇଗଲା । କାରଣ ସେ ଭାବୁଥିଲେ କି ମୁଁ ମୋ ପୁଅର ଅଧା ରୋଟିର କରଜ ଶୁଝୁଛି ନାଁ ସେ ମୋ ମିଛ ଅଧା ରୋଟିର କରଜ ଶୁଝୁଛି

ଏହି ପ୍ରକାର ଘଟଣା ଏବେ ପ୍ରତି ଗାଁ ଠୁ ସହର, ପଲ୍ଲୀ ରୁ ଦିଲ୍ଲୀ ପ୍ରତି ଘରେ ଘରେ ପ୍ରାୟ ଘଟି ଚାଲିଛି..

ମା କାଲି ବି କାନ୍ଦୁଥିଲା, ମା ଆଜି ବି କାନ୍ଦୁଛି..

ମାଁ ଏକ ଏମିତି ଶବ୍ଦ, ଯାହାର ମମତାକୁ ଶବ୍ଦରେ ପ୍ରକାଶ କରିବାର କ୍ଷମତା କୌଣସି ଲେଖିଲାବାଲା ର କଲମରେ ବି ନ ଥିବ...

ମା ଏକ ଏମିତି ଢାଲ, ଯିଏ ସାଥିରେ ଥିଲେ ଜୀବନ ର ସବୁ ବିପଦ ବାଟେବାଟେ ରୁ ହିଁ ଚାଲିଯାଏ ।

ମାଁ ତାର ପିଲା ପାଇଁ ନିଜର ସବୁ ସୁଖକୁ ଜଳାଞ୍ଜଳୀ ଦେଇଥାଏ, ତଥାପି ସେ ସର୍ବଦା ହସୁଥାଏ...

ଜୀବନରେ ଭଗବାନଙ୍କୁ କେବଳ ଏତିକି ହିଁ ମାଗିନିଅ ସାଙ୍ଗ
ଯେମିତି "ମା" ଙ୍କ ବିନା କୌଣସୀ ଘର ନ ରହୁ
ଓ କେହି "ମା" ଯେମିତି ବେଘର ନ ହୁଅନ୍ତୁ..

ନାଁ ଅଛି କୌଣସୀ ନିୟମ, ନା ଅଛି କୌଣସୀ କସମ୍...
ଆପଣ ଏ କାହାଣୀ କୁ ବାରମ୍ବାର ପଢନ୍ତୁ, ନିଜ ସ୍ତ୍ରୀ ଓ ପରିବାର ବର୍ଗଙ୍କୁ ବି ଶୁଣାନ୍ତୁ..

ଯଦି ଟିକିଏ ସମୟ ଥାଏ ତେବେ ଅନ୍ୟମାନଙ୍କୁ ବି ସେୟାର କରିନ୍ତୁ ....

ହେ ମା...
ତୁମକୁ କୋଟି ପ୍ରଣାମ...

Wednesday, September 20, 2017

KabisuryaNagar ™# ପିଅନ୍ତୁ ନାହିଁ cold-drink


*ଯଦି ଆପଣ ଆପଣଙ୍କ ପରିବାରର ସଦସ୍ୟ ବା ନିଜର ବନ୍ଧୁ ମାନଙ୍କୁ ଆଗାମୀ ଦିନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାରୁ ବଞ୍ଚାଇବାକୁ ଚାହୁଁଛନ୍ତି ତାହେଲେ ସେମାନଙ୍କୁ ଏ ମେସେଜ ପଠାନ୍ତୁ*

*ଏହି ମେସେଜରେ ଏମିତି ବହୁତ କିଛି ଜାଣିବା ଓ ଶିଖିବା ଜିନିଷ ଅଛି ଯାହା ଭୁଲ ଆମେ ନିତିଦିନ କରିଥାଉ, ଆଉ ସେହି ଭୁଲ ପାଇଁ ବହୁତ ଲୋକ ନିଜନିଜର ଜୀବନ ମଧ୍ୟ ହରେଇଛନ୍ତି, ତ ଆସନ୍ତୁ ଜାଣିବା ସେ ଭୁଲ କଣ*

*1. Appy Fizz ପିଅନ୍ତୁ ନାହିଁ ଏଥିରେ କ୍ୟାନସର ହୋଇପାରେ।*

*2. Coca Cola ଓ Pepsi ପିଇବା ସାଙ୍ଗେ ସାଙ୍ଗେ Mentos ଚକଲେଟ ଖାଆନ୍ତୁ ନାହିଁ, କାରଣ ଏହାର ମିଶ୍ରଣରେ Cyanide ହୁଏ, ଯାହା ମନୁଷ୍ୟର ଜୀବନ ନେଇପାରେ।*

*3. Kurkure ଖାଆନ୍ତୁ ନାହିଁ କାରଣ ଏଥିରେ ବହୁ ମାତ୍ରାରେ ପ୍ଲାଷ୍ଟିକ ଥାଏ, ପ୍ରମାଣ କରିବା ପାଇଁ Kurkure କୁ ଜଳାଇ ଦେଖନ୍ତୁ ପ୍ଲାଷ୍ଟିକ ତରଳ ଅବସ୍ଥାରେ ଦେଖିବାକୁ ପାଇବେ।*

*4. ଏହି ଔଷଧ ଗୁଡାକୁ ନ ଖାଆନ୍ତୁ ଆଉ ନା କାହାକୁ ଖାଇବାକୁ ଦିଅନ୍ତୁ*
* D-Cold
* Vicks Action-500
* Actifed
* Coldarin
* Cosome
* Nice
* Nimulid
* Cetrizet-D*
*ଏହି ଔଷଧ ଗୁଡାକ ମଧ୍ୟରେ Phenyl Propanol-Amide (PPA) ଥାଏ , USA ରେ ଏହି ଔଷଧ ମାନଙ୍କ ଉପରେ ରୋକ ଅଛି।*

*5. ସଦାବେଳେ ମନ ରଖନ୍ତୁ ମୋବାଇଲ ରିଚାର୍ଜ ଭାଉଚର କିଣିଲେ ତାକୁ ନିଜ ନଖରେ ଘଷି ରିଚାର୍ଜ କରନ୍ତୁ ନାହିଁ, କାରଣ ଏଥିରେ Silver Nitro Oxide ର ପରତ ଥାଏ, ଯାହା ଜଦି ନଖ ମଧ୍ୟରେ ରହି ଜାଏ ତାହେଲେ ଏଥିଜୋଗୁ ସ୍କିନ କ୍ୟାନସର ହୋଇପାରେ।*

*6. ସବୁଦିନେ ଫୋନରେ କଥା ହେଲା ବେଳେ ଫୋନକୁ ନିଜ ବାମ କାନରେ ରଖି କଥା ହୁଅନ୍ତୁ।*

*7. ଔଷଧ ଗରମ ପାଣିରେ ହି ଖାଇବାକୁ ଚେଷ୍ଟା କରନ୍ତୁ।*

*8. ସାନ୍ଧ୍ୟା 5 ଟା ପରେ କମ ଖାଇବାକୁ ଚେଷ୍ଟା କରନ୍ତୁ।*

*9. ରାତ୍ର ତୁଳନାରେ ସଖାଳୁ ଅଧିକା ପାଣି ପିଅନ୍ତୁ।*

*10. ଶୋଇବାର ସବୁଠୁ ଭଲ ସମୟ ହେଲା ରାତ୍ର 10 ଟାରୁ ଭୋର 4 ଟା ପର୍ଯ୍ୟନ୍ତ।*

*11. କୌଣସି ପ୍ରକାରର ଔଷଧ ଖାଇବା ପରେ କିମ୍ବା ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଶୁଅନ୍ତୁ ନାହିଁ।*

*12. ଯଦି ଆପଣଙ୍କ ଫୋନର ବେଟେରୀ କମ ହୋଇ 10% କିମ୍ବା 15% ଅଛି ତାହେଲେ ଫୋନ ଚାର୍ଜ ନକରିବା ପର୍ଯ୍ୟନ୍ତ ସେହି ଫୋନରେ କଥା ହୁଅନ୍ତୁ ନାହିଁ, କାରଣ ବେଟେରୀ ଲୋ ହେଲେ ମୋବାଇଲ ର ରେଡିଏସନ 1000% ଅଧିକ ହୋଇଜାଏ, ଯାହା ଆମ ପ୍ରତି ବିପଦ।*

*ଆସନ୍ତୁ ଯେତେ ପାରିବା ଏସବୁ ଭୁଲରୁ ବଞ୍ଚିବାକୁ ଚେଷ୍ଟା କରିବା, ଗୋଟେ ଅନ୍ଧ ହିଁ ଜାଣିପାରିବ ଯେ ଆଖିର ମୂଲ୍ୟ କଣ, ଗୋଟେ ଗୋଡ ନଥିବା ଲୋକ ଜାଣିପାରିବ ଯେ ଗୋଡ଼ର ତା ଜୀବନରେ କଣ ମୂଲ୍ୟ, ଠିକ ସେମିତି ଗୋଟେ ରୋଗି ହିଁ ଜାଣିପାରିବ ଯେ ସୁସ୍ଥତା ତାପାଇଁ କଣ।*

*ଆମେ ଆଜି ଭଲ ଅଛନ୍ତି କିନ୍ତୁ ଭଗବାନ ନ କରନ୍ତୁ ଜେ କାଲି ଆମ ସାଙ୍ଗରେ ଏମିତି କିଛି ହଉ, ଯାହା ପରେ ଆମେ ଭାବିବା ଯଦି ଏ ଭୁଲ ନକରିଥାନ୍ତି ତାହେଲେ ଆଜି ମୋସାଙ୍ଗରେ ଏମିତି ଅଘଟଣ ଘଟି ନଥାନ୍ତା, ହେଇଗଲା ପରେ ଭାବିକି ନିଜକୁ ଦୋଷ ଦେବା ତୁଳନାରେ ଆଗରୁ ସତର୍କ ରହିବା ଭଲକଥା ନା........*

*ଆମ ସତର୍କତା ହିଁ ଆମକୁ ବିପଦରୁ ବଞ୍ଚାଇ ପାରିବ

Share plz....

Friday, September 15, 2017

Kabisurya Nagar # ଚୁଟ କୁଲେ #

😇ଭଗବାନ ପ୍ରଥମେ 🐺ଗଧକୁ ସଂସାରକୁ ଆଣିଲେ । ତାର ନାମ 🐺ଗଧ ଦେଲେ ଓ କହିଲେ ତୁ ସାରାା ଜୀବନ କାମ କରିବୁ, କେବେ ବି ଥକିବୁ ନାହିଁ । ତୋର ଖାଦ୍ୟ ଘାସ ଓ ବୟସ ୫୦ବର୍ଷ ହେବ ।
🐺ଗଧ କହିଲା ପ୍ରଭୁ ୫୦ବର୍ଷତ ବହୁତ ହୋଇଯାଉଛି । ମୋତେ ମାତ୍ର ୨୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ପରେ 🐕କୁକୁରକୁ ସଂସାରକୁ ଆଣିଲେ । ତାର କାମ ହେଲା ମଣିଷର ଜଗୁଆଳି କରିବ ଓ ମଣିଷ ଯାହା ଦେବ ସେସବୁ ଖାଇ ବଞ୍ଚିବ । ତୋର ବୟସ ୩୦ବର୍ଷ ହେବ । 🐕କୁକୁର କହିଲା ୩୦ବର୍ଷତ ବହୁତ ହୋଇଗଲା ପ୍ରଭୁ । ମୋତେ ୧୫ବର୍ଷ ଦିଅ । ଭଗବାନ ତଥାସ୍ତୁ କହିଲେ ।

ପରେ ସଂସାରରେ 🐒ମାଙ୍କଡ ଜନ୍ମ ନେଲା । ଭଗବାନ କହିଲେ ତୁ କେବଳ ଏ ଡାଳରୁ ସେ ଡାଳକୁ ଡେଇଁବୁ । ତୋର ବୟସ ୨୦ବର୍ଷ । 🐒ମାଙ୍କଡ କହିଲା ୨୦ବର୍ଷ ବହୁତ ହୋଇଗଲା, ମୋତେ ମାତ୍ର ୧୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ସର୍ବଶେଷରେ ଭଗବାନ 🕺🏻ମଣିଷ ଦୁନିଆକୁ ଆଣିଲେ ଓ କହିଲେ ତୁମେ ଜୀବ ଜଗତର ସବୁଠାରୁ ଶ୍ରେଷ୍ଠ ପ୍ରାଣି । ତୁମ ବୟସ ୨୦ ବର୍ଷ । 🕺🏻ମଣିଷ କହିଲା ପ୍ରଭୁ ଏତେ କମ୍ ବୟସ ମୋର ? ମୋତେ ସେ 🐺ଗଧର ୩୦ବର୍ଷ, 🐕କୁକୁରର ୧୫ବର୍ଷ ଓ 🐒ମାଙ୍କଡର ୧୦ ବର୍ଷ ମୋତେ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ । ସେଦିନ ଠାରୁ ଭଗବାନଙ୍କ ଦ୍ବାରା ଦିଆଯାଇଥିବା ୨୦ବର୍ଷ  ମଣିଷତ୍ବ, ବିବେକ, ବୁଦ୍ଧି ଓ ନ୍ୟାୟବନ୍ତ ପରି 🕺🏻ମଣିଷଟିଏ ହୋଇ ବଞ୍ଚୁଛି । ବିବାହ ସରିବା ପରେ 🐺ଗଧ ଠାରୁ ଆଣିଥିବା ୩୦ବର୍ଷ 🐺ଗଧ ପରି କାମ କରେ । ସନ୍ତାନ ସନ୍ତତି ବଡ ହୋଇଯିବା ପରେ 🐕କୁକୁରର ୧୫ବର୍ଷରେ ସେ ସେମାନଙ୍କୁ ଜଗୁଆଳି ହୋଇ ଜଗି ରହେ । ଯାହା ଖାଇବାକୁ ଦିଅନ୍ତି ଖାଏ ନହେଲେ ନାହିଁ । ବାକି ରହିଲା 🐒ମାଙ୍କଡର ୧୦ବର୍ଷ, ସେ ଆଜି ବଡପୁଅ ଘରେ ତ କାଲି ସାନ ପୁଅ ଓ ଆଉ କିଛି ଦିନ ଝିଅ  ଘରେ 🐒ମାଙ୍କଡ ପରି ଏ ଡାଳରୁ ସେ ଡାଳକୁ ଡେଇଁଥାଏ । ନାତି ନାତୁଣିଙ୍କୁ ଖୁସି କରିବା ପାଇଁ କେତେବେଳେ 🐅ବାଘ ହୋଇଯାଏ ତ କେତେବେଳେ 🐼ଭାଲୁ ହୋଇଯାଏ । ଏହା ହେଉଛି 🕺🏻ମଣୀଷ ଜୀବନର ସତ୍ୟତା । ଭାଇ ମାନେ ଭଲ ଲାଗିଲେ ଆଗକୁ share କର । ମାର୍କେଟ ରେ ପୁରା ନୂଆ ।

Wednesday, September 13, 2017

*ଈଶ୍ୱରଙ୍କ ଚିଠି*ନିହାତି ପଢିବ 


🌹ମୋର ପ୍ରିୟ ମାନବ...
🌷ସକାଳୁ ଯେତେବେଳେ ତୁମେ ନିଦରୁ ଉଠିଲ ମୁଁ ତୁମରି ପାଖରେ ହିଁ ଥିଲି । ମୁଁ ଭାବିଲି ତୁମେ ମୋ ସହ କଥା ହେବ । ଗତକାଲି ବା ବିଗତ ଦିନର କିଛି ଘଟଣା ପାଇଁ ତୁମେ ମୋତେ ଧନ୍ୟବାଦ ଦେବ । କିନ୍ତୁ ତୁମେ ସେମିତିକିଛି ନ କରି ଫଟାଫଟ୍ ଉଠିପଡି ନିତ୍ୟକର୍ମ ସାରି କଫି ପିଇ ଗାଧୋଇବାକୁ ଚାଲିଗଲ । ମୋ ଆଡକୁ ଟିକେ ନଜର ବି ଦେଲନାହିଁ ।

🌷ମୁଁ ଭାବିଲି ତୁମେ ବୋଧେ ଗାଧୋଇସାରି ମୋତେ ମନେପକେଇବ ଓ ମୋ ପାଖକୁ ଆସିବ । କିନ୍ତୁ ତୁମେ ଗାଧୋଇସାରି କଉଁ ଡ୍ରେସ୍ ପିନ୍ଧୀଲେ ତୁମକୁ ଭଲ ମାନିବ, ତୁମେ ସେଇ କାମରେ ଲାଗିଗଲ ।

🌷ପୁଣି ଜଳଖିଆ ସାରି ଅଫିସ୍ କାଗଜପତ୍ର ଏକାଠି କରିବା ପାଇଁ ଯେତେବେଳେ ଏଠିସେଠି ଖୋଜି ଧାଇଁବୁଲୁଥିଲ, ମୁଁ ଭାବିଲି  କାଳେ ତୁମ ନଜର ମୋ ଉପରେ ପଡିବ । କିନ୍ତୁ ସେମିତି କିଛି ବି ହେଲା ନାହିଁ ।

🌷ଯେତେବେଳେ ତୁମେ ଅଫିସ୍ ଯିବା ପାଇଁ ଟ୍ରେନ୍ ଧରିଲ, ମୁଁ ଭାବିଲିକି ଏହି ଫାଙ୍କା ସମୟର ଉପଯୋଗ ତୁମେ ମୋ ସହ ଟିକେ ବାର୍ତାଳପ କରିବାରେ ବିତାଇବ । କିନ୍ତୁ ତୁମେ ସେମିତି ନ କରି ପେପର ପଢିିଲ, ମୋବାଇଲ୍ ରେ ଗେମ୍ ଖେଳିଲ, ପୁଣି ଚୁପ୍ ହୋଇ ବସିଗଲ ।

🌷ମୁଁ ତୁମକୁ କହିବାକୁ ଚାହୁଁଥିଲି କି ତୁମେ ମୋ ସହ ଅଳ୍ପ କିଛି ସମୟ ବିତାଇ ଦେଖ, ତୁମର ସମସ୍ତ କାମ ଆହୁରି ସହଜ ଓ ସରଳ ହୋଇଯିବ । କିନ୍ତୁ ତୁମେ ମୋ ସହ କଥା ହେଲ ନାହିଁ ।

🌷ଏମିତି ବି ମୌକା ଆସିଲା କି ତୁମେ ପୁରା ୧୫ ମିନିଟ୍ ନିଜ ଚେୟାର୍ ରେ ବସି ରହିଲ, ତଥାପି ମୋ ଉପରକୁ ଟିକେ ନଜର ଦେଲ ନାହିଁ ।

🌷ଦିପହର ସମୟରେ ଯେତେବେଳେ ତୁମେ ଜଳଖିଆ କରିବାକୁ ଆସିଲ ମୋତେ ଲାଗିଲା କି ଏବେ ତୁମେ ମୋତେ ନିଶ୍ଚୟ ମନେ ପକେଇବ । କିନ୍ତୁ ଏମିତି କିଛି ବି କରିଲ ନାହିଁ ।

🌷ଦିନର ବହୁତ ସମୟ ବାକିଥିଲା । ମୁଁ ପୁଣି ଭାବିଲି ତୁମେ ମୋତେ ନିଶ୍ଚୟ ମନେପକାଇବ । କିନ୍ତୁ ତୁମେ ଅଫିସ୍ ରୁ ଫେରି ନିଜର ଅନ୍ୟ କାମରେ ଲାଗିଗଲ । ତାପରେ ଘଣ୍ଟା ଘଣ୍ଟା ଟିଭି ଦେଖିବାରେ ଓ ମୋବାଇଲ୍ ରେ ନିଜର ସମସ୍ତ ସମୟ ବିତେଇଦେଲ । ଅଧରାତି ପର୍ଯ୍ୟନ୍ତ ସମୟ ଅତିବାହିତ କରିଦେଲାପରେ ନିଜର ବିଛଣାକୁ ଆସିଲ । ନିଜର ସ୍ତ୍ରୀ ଓ ପିଲାଙ୍କୁ ଗୁଡ୍ ନାଇଟ୍ କହି ରେଜେଇ ଘୋଡି ଚୁପଚାପ୍ ଶୋଇପଡିଲ ।

🌷ମୋର ବହୁତ ମନ ଥିଲା କି ମୁଁ ବି ତୁମସହ କିଛି ସମୟ ବିତାଇବି, ତୁମ ସହ ଟିକେ କଥା ହେବି,ତୁମ କଥା ମଧ୍ୟ ଶୁଣିବି । ତୁମର ମାର୍ଗଦର୍ଶନ କରିବାକୁ ଚାହୁଁଥିଲି । ତୁମେ କଣ ପାଇଁ ଏହି ଦୁନିଆଁକୁ ଆସିଛ ଆଉ କେଉଁ କାମରେ ବ୍ୟସ୍ତ ରହୁଛ । କିନ୍ତୁ ତୁମର ମୋ ପାଇଁ ଟିକେ ବି ସମୟ ନାହିଁ । ତେଣୁ ମୁଁ ମନକୁ ମାରି ରହିଲି ।

🌷ପୁଣି ଭାବିଲି କାଲି ଛୁଟିଦିନ ଅଛି ସମୟ ବହୁତ ମିଳିବ, ତେବେ ତୁମେ ବୋଧେ କାଲି ମୋ କଥା ନିଶ୍ଚୟ ମନେ ପକେଇବ । କିନ୍ତୁ ତୁମେ ଛୁଟିଦିନରେ ନିଜ ପରିବାର ବର୍ଗଙ୍କ ସହ ପିକନିକ୍ ବୁଲିଗଲ, ବନ୍ଧୁବାନ୍ଧବ ଘରକୁ ବୁଲିଗଲ । ପୁଣି ସନ୍ଧ୍ୟାରେ ନିଜର ସାଙ୍ଗସାଥି ମାନଙ୍କ ସହ କ୍ଲବ୍ ପାର୍ଟୀ ରେ ବ୍ୟସ୍ତ ରହିଲ ।

🌷ମୋ ଆଶା ଆଶାରେ ହିଁ ରହିଗଲା । କେବଳ ଅପେକ୍ଷା କରିବାରେ ମୋର......😰😰

ମୁଁ ତୁମକୁ ବହୁତ.... ଭଲପାଏରେ....

🌷ପ୍ରତିଦିନ ମୁଁ ଅପେକ୍ଷା କରିଥାଏ କି ତୁମେ ମୋ ସହ ଟିକେ କଥାହେବ, ତୁମର ଛୋଟ ଛୋଟ ଖୁସି ପାଇଁ ମୋତେ ଧନ୍ୟବାଦ କହିବ । 

🌷କିନ୍ତୁ ତୁମେ ସେତେବେଳେ ହିଁ ମନ୍ଦୀରକୁ ଆସ ଯେତେବେଳେ ତୁମର କିଛି ଅସୁବିଧା ହୁଏ । ଫଟାଫଟ୍ ଆସ ଓ ନିଜର ଇଛାନୁସାରେ ମୋତେ ମାଗି ପୁଣି ଚାଲିଯାଅ । ବେଳେବେଳେ ମୋତେ ଧମକ୍ ମଧ୍ୟ ଦେଇଯାଅ କି ମୋ ମନସ୍କାମନା ପୂର୍ଣ ନ ହେଲେ ତମକୁ ଏଠି ରହିବାକୁ ଦେବିନି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ତୁମର ସେହି ଟିକିଏ ସମୟ ଧ୍ୟାନ ବି ମୋ ଉପରେ ନ ରହି ଲୋକଙ୍କ ଉପରେ ଥାଏ । ପରନିନ୍ଦା ପରଚର୍ଚ୍ଚା ରେ ସମୟ ଦେଇଦିଅ । 

ମୁଁ ସେହିଭଳି ତୁମପାଇଁ ଅପେକ୍ଷା କରି ରହିଥାଏ ।

🌷ତଥାପି ମୋର ଦୁଃଖ ନାହିଁ । ହୋଇପାରେ  କାଲି ତୁମର ମୋ କଥା ମନେ ପଡିଯାଇପାରେ ଓ ତୁମେ ପୁଣି ମୋ ପାଖକୁ ଆସିପାର । ଏମିତି ବିଶ୍ବାସ ଓ ଭରସା ମୋର ତୁମ ଉପରେ ଅଛି । କାରଣ ମୋର ଅନ୍ୟ ନାମ "ବିଶ୍ବାସ ଓ ଆସ୍ଥା" ଅଟେ ।

                    ଇତି ତୁମର ଇଶ୍ବର...👣

🌷କେବଳ ସୂର୍ଯ୍ୟ ଉଦୟ ହୋଇଗଲେ ଅନ୍ଧାର ଦୂର ହୁଏ ନାହିଁ , ଅନ୍ଧାର ଦୂର କରିବାକୁ ହେଲେ ଆମ ଆଖିକୁ ମଧ୍ୟ ଖୋଲିବାକୁ ପଡିଥାଏ ।

ସାଙ୍ଗମାନଙ୍କୁ ଖୁସି କରିବା ପାଇଁ ବହୁତ ପ୍ରକାର ମେସେଜ୍ ପଠଉଛନ୍ତି । କିନ୍ତୁ ଏବେ ଜଣାପଡିବ ନିଜ ପରମାତ୍ମାଙ୍କୁ ଧନ୍ୟବାଦର ଏହି ମେସେଜ୍ ଆପଣ କେତେ ଜଣଙ୍କୁ ପଢାଇପାରୁଛନ୍ତି...

🙏🙏🙏 ଜୟ ଜଗନ୍ନାଥ 🙏🙏🙏

Saturday, September 9, 2017

kabisurya Nagar # ଗଣେଶକଂ ଦୁଃଖ #

 ଗଣେଶକଂ ଦୁଃଖ
ହାଏରେ ମଣିଷ ହାଏ
ନିଜେ ରହୁଚ ମାର୍ବଲ ଘରେ
ମୋତେ ରଖିଲ ଟେଣ୍ଡ ତଳେ
ଏକୁଟିଆ ମୁଁ ଥାଏ
ନିଜେ ପିନ୍ଧିଲ ଜିନ୍ସ ପ୍ୟାଣ୍ଟ
ଛିଟକନାଟେ ଦେଲ
ନିଜ ହାତରେ ବାନ୍ଧିବା ପାଇଁ (ଭସାଣି ବେଳେ)
ସେ ଖଣ୍ଡିକ ବି ନେଲ

ପିଇଲ ତମେ ମିନେରାଲ ଜଳ
ଭୁଲିଲ ମୋ କଥା
ଇଂଜେକ୍ସନ ଶିଶିରେ ଗଂଗା ଜଳ ଦେଲ
ଘୁରେଇ ଦିଏ ମଥା

ଖାଇଲ ତମେ ପନିରି କୁରୁମା
ଉଖୁଡା ଯୋଡିଏ ଦେଲ
ଜନ୍ଦା ଅଇଁଠା ପ୍ରବଳ ମିଠା
ବଜାରରୁ କିଣି ନେଲ

ରାଶି ଲଡୁକୁ ହାତରେ ଦେଲ
ଏଡେ ଟାଣ ଭାଇ
କାମୁଡି କାମୁଡି ଦାନ୍ତ ଭାଂଗିଲା
ମୁଷା ବି ଖାଏ ନାହିଁ

ଚାଉଳ ଗଣ୍ଡିଏ ଆଣିକି ଦେଲ
ବ୍ରାହ୍ମଣ ସେତକ ନେଲା
ତାଟି କବାଟ ମେଲେଇ ଦେଲ
କୁକୁର ପଶିଗଲା

ରଖିଲ ମୋତେ ଗୁଡାଏ ଦିନ
ରାତିରେ ଚିକେନେ କଲ
ବିଅର ପିଇ ବୋତଲ ନେଇ
ମୋ ପାଖେ ଲୁଚେଇ ଦେଲ

ଭସାଣି ଦିନ ଯୋଜନା କଲ
ଲାଇଟି ସାଉଣ୍ଡ ହେଲା
ମୋ ପାଇଁ ଗୋଟେ ପୁରୁଣା ଗାଡି
ଭଂଗା ଟ୍ରାକ୍ଟର ଡାଲା

ବାନ୍ଧିଲ ମୋର ଗୋଡ ହାତ
ହାଣ୍ଡି ପକେଇ ଦେଲ
ଆଗରେ ତୁମେ ପଛରେ ମୁଁ
କଚି କଚିକା ନେଲ

ଲଗେଇ ଦେଲ ଡିଜେ ସାଉଣ୍ଡୁ
ଥରିଲା ଗୋଡ ହାତ
ମଦ ପିଇକି ନାଗିନି ନାଚିଲ
ମାରୁଚି ସତେ ବାତ

ମଦ ପିଇକି ବହେ କାନ୍ଦିଲ
ଗୁଡାଏ ରୋଲ କଲ
ଝିଅକୁଂ ଦେଖି ମାଇଲ ଆଖି
ନାଚିଲ ନଡିଆ ତେଲ

ବୁଲେଇ ନେଲ ଗଳିକି ଗଳି
କାଦୁଅ ପୋଚ ଡେଇଁ
ଅଣ୍ଟା ଦରଜ ହେଲାରେ ମୋର
ହମ୍ପ ମାନିଲ ନାହିଁ

ପୋଖରୀ କୁଳେ ରଖିଲ ନେଇ
ବାସି ଧୁପଟେ ଦେଲ
ପେଟେ ପିଇଲ ଟେକିକି ନେଲ
ପାଣିରେ କଚି ଦେଲ

କୋଉଠି ଥେଲେ ଗାଁ ବାତେରା
ପେଣ୍ଟେ ଉତାରି ଗଲେ
ଉଠେଇ ପକେଇ କଚିଲେ
ମୋତେ ପାଣିରେ ବୁଡେଇ ଦେଲେ

ଡାକିଲ ମୋତେ ମୋରିଆ ମୋରିଆ
ମରିଯା ମରିଯା ସୁଭୁଚି
ଆର ବରଷକୁ ଲୁଚିବି ଯାଇ
ଆସିବିନି ଆଉ ଭାବୁଚି

   by..by..😂😂😂

kabisurya Nagar #ଜ୍ଞାନ # 5


An Old man has 8 hair on his head.

He went to Barber shop.
 
Barber in anger asked:

shall i cut or count ?

Old man smiled and said:

"Colour it!"

LIFE is to enjoy with whatever you have with you, keep smiling.

If you feel STRESSED,

Give yourself a Break,

Enjoy Some..

Ice cream

Chocolates

Cake

Why?

B'Coz

STRESSED in reverse Spelling -

DESSERTS !!!

Alphabetic advice for you:

A B C

Avoid Boring Company..

D E F

Don't Entertain Fools..

G H I

Go for High Ideas .

J K L M

Just Keep a friend like ME..

N O P

Never Overlook the Poor n suffering..

Q R S

Quit Reacting to Silly tales..

T U V

Tune Urself for ur Victory..

W X Y Z

We Xpect You to Zoom ahead in life

If you see the moon ..... You see the beauty of God .....
If you see the Sun ..... You see the power of God ..... And ....
If you see the Mirror..... You see the best Creation of GOD .

So Believe in YOURSELF.

Our aim in life should be
9 8 7 6 5 4 3 2 1 0

9 - glass drinking water.
8 - hrs sound sleep.
7 - wonders tour with family.
6 - six digit income.
5 - days work a week
4 - wheeler.
3 - bedroom flat
2 - cute children.
1 - sweetheart.
0 - tension !

if u like pls send to all people who are important to you.....
This is one of the beautiful Message I came  across 😃😃😃

Kabisurya Nagar # ହସକଥା ™ # 5

🙏ଜୀବନରେ ଗୋଟିଏ ଅପ୍ରିୟ ସତ୍ୟ🙏

  🙇ଟିକେ ମନ ଦେଇ ପଢିବା🙇
ଥରେ ଜଣେ 🎅ଗୁରୁ ତାଙ୍କର ଦୁଇ ଜଣ 👬ଶିଷ୍ୟ ଙ୍କୁ ପାଖକୁ ଡାକିଲେ ଓ କହିଲେ ତୁମେ ଦୁଇଜଣଙ୍କୁ ଏହି ସ୍ଥାନ ଠାରୁ ୫୦ କି.ମି. ଦୁରକୁ ଯିବାକୁ ଅଛି ।

ଜଣେ 💁‍♂ଶିଷ୍ୟ ଙ୍କୁ ଖାଦ୍ୟ 🍛🍱🥘🍪🍩🍿ସାମଗ୍ରୀ ପୂର୍ଣ ଥିବା ଗୋଟିଏ ବଡ ବାକ୍ସ 🕋 ଦେଲେ ଓ କହିଲେ , ତୁମ ଇଛାନୁସାରେ କେହି ଦୁଃଖୀ ଦରିଦ୍ରଙ୍କୁ ବାଣ୍ଟିଦେବ ।

ଦିତୀୟ ଶିଷ୍ୟ ଜଣକୁ ଗୋଟିଏ ଖାଲି 🗃ବାକ୍ସ ଦେଲେ ଓ କହିଲେ ତୁମ ମନ ପସନ୍ଦର ଯାହା ରାସ୍ତାରୁ ପାଇବ ତାକୁ ଏହି ବାକ୍ସରେ ପୁରେଇ ନେଇ ଆସିବ ।

ଦୁଇ ଜଣ ଯାକ ବାହାରି ପଡିଲେ ।
ଯାହା କାନ୍ଧରେ ଖାଦ୍ୟ ପୂର୍ଣ ବାକ୍ସ ଥିଲା , ସେ ଧୀରେ ଧୀରେ ବହୁତ କଷ୍ଟରେ ଯାଉଥିଲେ ,

କିନ୍ତୁ ଦ୍ବିତୀୟ ଶିଷ୍ୟଟି,ଯାହା ପାଖରେ ଖାଲି ବାକ୍ସ ଥିଲା, ସେ ବହୁତ ଖୁସିରେ ଯାଉଥିଲା ।

କିଛି ବାଟ ଗଲା ପରେ ତାକୁ ଏକ ସୁନାର 💎💰🎁ଇଟା ମିଳିଲା । ସେ ଏହାକୁ ତାହାର ବାକ୍ସରେ ରଖିଲା । ସେ ମନ ଖୁସିରେ ଆଗେଇ ଚାଲିଲା ।

ଯେତେଯେତେ ଅଧିକ ବାଟ ଚାଲିଲା, ସେ ସେତେ ଅଧିକ ସୁନା ପାଇଲା ଓ ତାର ବାକ୍ସ ପୂୂର୍ଣ ହୋଇଗଲା

ତାର ବାକ୍ସର ଓଜନ ବଢିଚାଲିଲା । ଗୋଟେ ଗୋଟେ ପାଦ ଚାଲିବା 🚶🏻କଷ୍ଟ ହୋଇ ପଡିଲା । ତାକୁ ନିଶ୍ବାସ ପ୍ରଶ୍ବାସ ନେବାରେ ବହୁତ କଷ୍ଟ ହେଲା

କିନ୍ତୁ ପ୍ରଥମ ଶିଷ୍ୟ ଯେତେଯେତେ ବାଟ ଆଗକୁ ଚାଲିଲା , ରାସ୍ତାରେ ତା ସହ ଦେଖାହେଉଥିବା ସମସ୍ତ ଭୋକିଲା ମାନଙ୍କୁ ତା ବାକ୍ସରୁ ଖାଇବା ଜିନିଷ ଦେଇ ଚାଲିଲା ଓ ତାର ବାକ୍ସର ଓଜନ କମି କମି ଗଲା ।
ଆଉ ସେ ବହୁତ ଆରାମରେ ଚାଲିଲା🙋‍♂ ।

🙇ଟିକିଏ ମନ ଦେଇ ଭାବନ୍ତୁ🙇

ଯିଏ ବାଣ୍ଟି ଚାଲିଲା, ତାର ଲକ୍ଷ୍ୟ ସ୍ଥଳରେ ପହଁଞ୍ଚୀବା ବହୁତ ସହଜ ହୋଇଗଲା 🕺।

ଯିଏ ଲୋଭରେ ଗୋଟେଇ ଗୋଟେଇ ଚାଲିଲା, ସେ ରାସ୍ତାରେ ତାର ପ୍ରାଣ ହରେଇ ଦେଲା 🙅‍♂।

ଟିକେ ହୃଦୟରୁ ଭାବିଲେ, ଆମେ ଆମ ଜୀବନରେ କଣ ବାଣ୍ଟିଛୁ ଓ କଣ ଗୋଟେଇଛୁ ।ତେବେ ଆମେ ଆମ ଲକ୍ଷ୍ୟ ସ୍ଥଳରେ କେମିତି ପହଁଚିବା ?

ଜୀବନର ଗୋଟେ ଅପ୍ରିୟ ସତ୍ୟ

ଆପଣଙ୍କୁ ୬୦ ବର୍ଷ ପାର ହୋଇଗଲେ କେହି ବି ଆପଣଙ୍କୁ ପଚାରିବେନି କି ଆପଣଙ୍କର ବ୍ୟାଙ୍କ ବ୍ୟାଲେନ୍ସ କେତେ ଓ ଆପଣଙ୍କର କେତୋଟି ଗାଡି ଘୋଡା ଅଛି ....?

କେବଳ ଦୁଇଟି ପ୍ରଶ୍ନ ପଚାରିବେ ....

୧:- ଆପଣଙ୍କ ସ୍ବାସ୍ଥ୍ୟ କେମିତି ଅଛି ...
?

୨:- ଆପଣଙ୍କ ପିଲା କଣ କରୁଛି ....?

ଯଦି, ମୋର ଏହି ମେସେଜ୍ ଆପଣଙ୍କୁ ଭଲ ଲାଗିଥାଏ , ତେବେ ଅନ୍ୟମାନଙ୍କୁ ମଧ୍ୟ ସେୟାର୍ କରନ୍ତୁ ।

କିଏ ଜାଣେ ହୁଏତ ଆପଣଙ୍କ ମାଧ୍ୟମରେ ଆଉ କାହାର ଚିନ୍ତାଧାରା ବଦଳି ଯାଇପାରେ ।

👬ଖୁସି ବାଣ୍ଟନ୍ତୁ, ନିଶ୍ଚୟ ଶାନ୍ତି ପାଇବେ👬
🙏🏻ଜୟ ଜଗନ୍ନାଥ🙏🏻

     🙏🙏
     🙏🙏

🌹🌅🕉🕉🌅🌹