kabisurya Nagar # ଗଣେଶକଂ ଦୁଃଖ #

Posted by Basant Info on September 09, 2017 with No comments
 ଗଣେଶକଂ ଦୁଃଖ
ହାଏରେ ମଣିଷ ହାଏ
ନିଜେ ରହୁଚ ମାର୍ବଲ ଘରେ
ମୋତେ ରଖିଲ ଟେଣ୍ଡ ତଳେ
ଏକୁଟିଆ ମୁଁ ଥାଏ
ନିଜେ ପିନ୍ଧିଲ ଜିନ୍ସ ପ୍ୟାଣ୍ଟ
ଛିଟକନାଟେ ଦେଲ
ନିଜ ହାତରେ ବାନ୍ଧିବା ପାଇଁ (ଭସାଣି ବେଳେ)
ସେ ଖଣ୍ଡିକ ବି ନେଲ

ପିଇଲ ତମେ ମିନେରାଲ ଜଳ
ଭୁଲିଲ ମୋ କଥା
ଇଂଜେକ୍ସନ ଶିଶିରେ ଗଂଗା ଜଳ ଦେଲ
ଘୁରେଇ ଦିଏ ମଥା

ଖାଇଲ ତମେ ପନିରି କୁରୁମା
ଉଖୁଡା ଯୋଡିଏ ଦେଲ
ଜନ୍ଦା ଅଇଁଠା ପ୍ରବଳ ମିଠା
ବଜାରରୁ କିଣି ନେଲ

ରାଶି ଲଡୁକୁ ହାତରେ ଦେଲ
ଏଡେ ଟାଣ ଭାଇ
କାମୁଡି କାମୁଡି ଦାନ୍ତ ଭାଂଗିଲା
ମୁଷା ବି ଖାଏ ନାହିଁ

ଚାଉଳ ଗଣ୍ଡିଏ ଆଣିକି ଦେଲ
ବ୍ରାହ୍ମଣ ସେତକ ନେଲା
ତାଟି କବାଟ ମେଲେଇ ଦେଲ
କୁକୁର ପଶିଗଲା

ରଖିଲ ମୋତେ ଗୁଡାଏ ଦିନ
ରାତିରେ ଚିକେନେ କଲ
ବିଅର ପିଇ ବୋତଲ ନେଇ
ମୋ ପାଖେ ଲୁଚେଇ ଦେଲ

ଭସାଣି ଦିନ ଯୋଜନା କଲ
ଲାଇଟି ସାଉଣ୍ଡ ହେଲା
ମୋ ପାଇଁ ଗୋଟେ ପୁରୁଣା ଗାଡି
ଭଂଗା ଟ୍ରାକ୍ଟର ଡାଲା

ବାନ୍ଧିଲ ମୋର ଗୋଡ ହାତ
ହାଣ୍ଡି ପକେଇ ଦେଲ
ଆଗରେ ତୁମେ ପଛରେ ମୁଁ
କଚି କଚିକା ନେଲ

ଲଗେଇ ଦେଲ ଡିଜେ ସାଉଣ୍ଡୁ
ଥରିଲା ଗୋଡ ହାତ
ମଦ ପିଇକି ନାଗିନି ନାଚିଲ
ମାରୁଚି ସତେ ବାତ

ମଦ ପିଇକି ବହେ କାନ୍ଦିଲ
ଗୁଡାଏ ରୋଲ କଲ
ଝିଅକୁଂ ଦେଖି ମାଇଲ ଆଖି
ନାଚିଲ ନଡିଆ ତେଲ

ବୁଲେଇ ନେଲ ଗଳିକି ଗଳି
କାଦୁଅ ପୋଚ ଡେଇଁ
ଅଣ୍ଟା ଦରଜ ହେଲାରେ ମୋର
ହମ୍ପ ମାନିଲ ନାହିଁ

ପୋଖରୀ କୁଳେ ରଖିଲ ନେଇ
ବାସି ଧୁପଟେ ଦେଲ
ପେଟେ ପିଇଲ ଟେକିକି ନେଲ
ପାଣିରେ କଚି ଦେଲ

କୋଉଠି ଥେଲେ ଗାଁ ବାତେରା
ପେଣ୍ଟେ ଉତାରି ଗଲେ
ଉଠେଇ ପକେଇ କଚିଲେ
ମୋତେ ପାଣିରେ ବୁଡେଇ ଦେଲେ

ଡାକିଲ ମୋତେ ମୋରିଆ ମୋରିଆ
ମରିଯା ମରିଯା ସୁଭୁଚି
ଆର ବରଷକୁ ଲୁଚିବି ଯାଇ
ଆସିବିନି ଆଉ ଭାବୁଚି

   by..by..😂😂😂