Posted by Basant Info on September 13, 2017 with No comments
*ଈଶ୍ୱରଙ୍କ ଚିଠି*ନିହାତି ପଢିବ 


🌹ମୋର ପ୍ରିୟ ମାନବ...
🌷ସକାଳୁ ଯେତେବେଳେ ତୁମେ ନିଦରୁ ଉଠିଲ ମୁଁ ତୁମରି ପାଖରେ ହିଁ ଥିଲି । ମୁଁ ଭାବିଲି ତୁମେ ମୋ ସହ କଥା ହେବ । ଗତକାଲି ବା ବିଗତ ଦିନର କିଛି ଘଟଣା ପାଇଁ ତୁମେ ମୋତେ ଧନ୍ୟବାଦ ଦେବ । କିନ୍ତୁ ତୁମେ ସେମିତିକିଛି ନ କରି ଫଟାଫଟ୍ ଉଠିପଡି ନିତ୍ୟକର୍ମ ସାରି କଫି ପିଇ ଗାଧୋଇବାକୁ ଚାଲିଗଲ । ମୋ ଆଡକୁ ଟିକେ ନଜର ବି ଦେଲନାହିଁ ।

🌷ମୁଁ ଭାବିଲି ତୁମେ ବୋଧେ ଗାଧୋଇସାରି ମୋତେ ମନେପକେଇବ ଓ ମୋ ପାଖକୁ ଆସିବ । କିନ୍ତୁ ତୁମେ ଗାଧୋଇସାରି କଉଁ ଡ୍ରେସ୍ ପିନ୍ଧୀଲେ ତୁମକୁ ଭଲ ମାନିବ, ତୁମେ ସେଇ କାମରେ ଲାଗିଗଲ ।

🌷ପୁଣି ଜଳଖିଆ ସାରି ଅଫିସ୍ କାଗଜପତ୍ର ଏକାଠି କରିବା ପାଇଁ ଯେତେବେଳେ ଏଠିସେଠି ଖୋଜି ଧାଇଁବୁଲୁଥିଲ, ମୁଁ ଭାବିଲି  କାଳେ ତୁମ ନଜର ମୋ ଉପରେ ପଡିବ । କିନ୍ତୁ ସେମିତି କିଛି ବି ହେଲା ନାହିଁ ।

🌷ଯେତେବେଳେ ତୁମେ ଅଫିସ୍ ଯିବା ପାଇଁ ଟ୍ରେନ୍ ଧରିଲ, ମୁଁ ଭାବିଲିକି ଏହି ଫାଙ୍କା ସମୟର ଉପଯୋଗ ତୁମେ ମୋ ସହ ଟିକେ ବାର୍ତାଳପ କରିବାରେ ବିତାଇବ । କିନ୍ତୁ ତୁମେ ସେମିତି ନ କରି ପେପର ପଢିିଲ, ମୋବାଇଲ୍ ରେ ଗେମ୍ ଖେଳିଲ, ପୁଣି ଚୁପ୍ ହୋଇ ବସିଗଲ ।

🌷ମୁଁ ତୁମକୁ କହିବାକୁ ଚାହୁଁଥିଲି କି ତୁମେ ମୋ ସହ ଅଳ୍ପ କିଛି ସମୟ ବିତାଇ ଦେଖ, ତୁମର ସମସ୍ତ କାମ ଆହୁରି ସହଜ ଓ ସରଳ ହୋଇଯିବ । କିନ୍ତୁ ତୁମେ ମୋ ସହ କଥା ହେଲ ନାହିଁ ।

🌷ଏମିତି ବି ମୌକା ଆସିଲା କି ତୁମେ ପୁରା ୧୫ ମିନିଟ୍ ନିଜ ଚେୟାର୍ ରେ ବସି ରହିଲ, ତଥାପି ମୋ ଉପରକୁ ଟିକେ ନଜର ଦେଲ ନାହିଁ ।

🌷ଦିପହର ସମୟରେ ଯେତେବେଳେ ତୁମେ ଜଳଖିଆ କରିବାକୁ ଆସିଲ ମୋତେ ଲାଗିଲା କି ଏବେ ତୁମେ ମୋତେ ନିଶ୍ଚୟ ମନେ ପକେଇବ । କିନ୍ତୁ ଏମିତି କିଛି ବି କରିଲ ନାହିଁ ।

🌷ଦିନର ବହୁତ ସମୟ ବାକିଥିଲା । ମୁଁ ପୁଣି ଭାବିଲି ତୁମେ ମୋତେ ନିଶ୍ଚୟ ମନେପକାଇବ । କିନ୍ତୁ ତୁମେ ଅଫିସ୍ ରୁ ଫେରି ନିଜର ଅନ୍ୟ କାମରେ ଲାଗିଗଲ । ତାପରେ ଘଣ୍ଟା ଘଣ୍ଟା ଟିଭି ଦେଖିବାରେ ଓ ମୋବାଇଲ୍ ରେ ନିଜର ସମସ୍ତ ସମୟ ବିତେଇଦେଲ । ଅଧରାତି ପର୍ଯ୍ୟନ୍ତ ସମୟ ଅତିବାହିତ କରିଦେଲାପରେ ନିଜର ବିଛଣାକୁ ଆସିଲ । ନିଜର ସ୍ତ୍ରୀ ଓ ପିଲାଙ୍କୁ ଗୁଡ୍ ନାଇଟ୍ କହି ରେଜେଇ ଘୋଡି ଚୁପଚାପ୍ ଶୋଇପଡିଲ ।

🌷ମୋର ବହୁତ ମନ ଥିଲା କି ମୁଁ ବି ତୁମସହ କିଛି ସମୟ ବିତାଇବି, ତୁମ ସହ ଟିକେ କଥା ହେବି,ତୁମ କଥା ମଧ୍ୟ ଶୁଣିବି । ତୁମର ମାର୍ଗଦର୍ଶନ କରିବାକୁ ଚାହୁଁଥିଲି । ତୁମେ କଣ ପାଇଁ ଏହି ଦୁନିଆଁକୁ ଆସିଛ ଆଉ କେଉଁ କାମରେ ବ୍ୟସ୍ତ ରହୁଛ । କିନ୍ତୁ ତୁମର ମୋ ପାଇଁ ଟିକେ ବି ସମୟ ନାହିଁ । ତେଣୁ ମୁଁ ମନକୁ ମାରି ରହିଲି ।

🌷ପୁଣି ଭାବିଲି କାଲି ଛୁଟିଦିନ ଅଛି ସମୟ ବହୁତ ମିଳିବ, ତେବେ ତୁମେ ବୋଧେ କାଲି ମୋ କଥା ନିଶ୍ଚୟ ମନେ ପକେଇବ । କିନ୍ତୁ ତୁମେ ଛୁଟିଦିନରେ ନିଜ ପରିବାର ବର୍ଗଙ୍କ ସହ ପିକନିକ୍ ବୁଲିଗଲ, ବନ୍ଧୁବାନ୍ଧବ ଘରକୁ ବୁଲିଗଲ । ପୁଣି ସନ୍ଧ୍ୟାରେ ନିଜର ସାଙ୍ଗସାଥି ମାନଙ୍କ ସହ କ୍ଲବ୍ ପାର୍ଟୀ ରେ ବ୍ୟସ୍ତ ରହିଲ ।

🌷ମୋ ଆଶା ଆଶାରେ ହିଁ ରହିଗଲା । କେବଳ ଅପେକ୍ଷା କରିବାରେ ମୋର......😰😰

ମୁଁ ତୁମକୁ ବହୁତ.... ଭଲପାଏରେ....

🌷ପ୍ରତିଦିନ ମୁଁ ଅପେକ୍ଷା କରିଥାଏ କି ତୁମେ ମୋ ସହ ଟିକେ କଥାହେବ, ତୁମର ଛୋଟ ଛୋଟ ଖୁସି ପାଇଁ ମୋତେ ଧନ୍ୟବାଦ କହିବ । 

🌷କିନ୍ତୁ ତୁମେ ସେତେବେଳେ ହିଁ ମନ୍ଦୀରକୁ ଆସ ଯେତେବେଳେ ତୁମର କିଛି ଅସୁବିଧା ହୁଏ । ଫଟାଫଟ୍ ଆସ ଓ ନିଜର ଇଛାନୁସାରେ ମୋତେ ମାଗି ପୁଣି ଚାଲିଯାଅ । ବେଳେବେଳେ ମୋତେ ଧମକ୍ ମଧ୍ୟ ଦେଇଯାଅ କି ମୋ ମନସ୍କାମନା ପୂର୍ଣ ନ ହେଲେ ତମକୁ ଏଠି ରହିବାକୁ ଦେବିନି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ତୁମର ସେହି ଟିକିଏ ସମୟ ଧ୍ୟାନ ବି ମୋ ଉପରେ ନ ରହି ଲୋକଙ୍କ ଉପରେ ଥାଏ । ପରନିନ୍ଦା ପରଚର୍ଚ୍ଚା ରେ ସମୟ ଦେଇଦିଅ । 

ମୁଁ ସେହିଭଳି ତୁମପାଇଁ ଅପେକ୍ଷା କରି ରହିଥାଏ ।

🌷ତଥାପି ମୋର ଦୁଃଖ ନାହିଁ । ହୋଇପାରେ  କାଲି ତୁମର ମୋ କଥା ମନେ ପଡିଯାଇପାରେ ଓ ତୁମେ ପୁଣି ମୋ ପାଖକୁ ଆସିପାର । ଏମିତି ବିଶ୍ବାସ ଓ ଭରସା ମୋର ତୁମ ଉପରେ ଅଛି । କାରଣ ମୋର ଅନ୍ୟ ନାମ "ବିଶ୍ବାସ ଓ ଆସ୍ଥା" ଅଟେ ।

                    ଇତି ତୁମର ଇଶ୍ବର...👣

🌷କେବଳ ସୂର୍ଯ୍ୟ ଉଦୟ ହୋଇଗଲେ ଅନ୍ଧାର ଦୂର ହୁଏ ନାହିଁ , ଅନ୍ଧାର ଦୂର କରିବାକୁ ହେଲେ ଆମ ଆଖିକୁ ମଧ୍ୟ ଖୋଲିବାକୁ ପଡିଥାଏ ।

ସାଙ୍ଗମାନଙ୍କୁ ଖୁସି କରିବା ପାଇଁ ବହୁତ ପ୍ରକାର ମେସେଜ୍ ପଠଉଛନ୍ତି । କିନ୍ତୁ ଏବେ ଜଣାପଡିବ ନିଜ ପରମାତ୍ମାଙ୍କୁ ଧନ୍ୟବାଦର ଏହି ମେସେଜ୍ ଆପଣ କେତେ ଜଣଙ୍କୁ ପଢାଇପାରୁଛନ୍ତି...

🙏🙏🙏 ଜୟ ଜଗନ୍ନାଥ 🙏🙏🙏