Kabisurya Nagar # ଚୁଟ କୁଲେ #

Posted by Basant Info on September 15, 2017 with No comments
😇ଭଗବାନ ପ୍ରଥମେ 🐺ଗଧକୁ ସଂସାରକୁ ଆଣିଲେ । ତାର ନାମ 🐺ଗଧ ଦେଲେ ଓ କହିଲେ ତୁ ସାରାା ଜୀବନ କାମ କରିବୁ, କେବେ ବି ଥକିବୁ ନାହିଁ । ତୋର ଖାଦ୍ୟ ଘାସ ଓ ବୟସ ୫୦ବର୍ଷ ହେବ ।
🐺ଗଧ କହିଲା ପ୍ରଭୁ ୫୦ବର୍ଷତ ବହୁତ ହୋଇଯାଉଛି । ମୋତେ ମାତ୍ର ୨୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ପରେ 🐕କୁକୁରକୁ ସଂସାରକୁ ଆଣିଲେ । ତାର କାମ ହେଲା ମଣିଷର ଜଗୁଆଳି କରିବ ଓ ମଣିଷ ଯାହା ଦେବ ସେସବୁ ଖାଇ ବଞ୍ଚିବ । ତୋର ବୟସ ୩୦ବର୍ଷ ହେବ । 🐕କୁକୁର କହିଲା ୩୦ବର୍ଷତ ବହୁତ ହୋଇଗଲା ପ୍ରଭୁ । ମୋତେ ୧୫ବର୍ଷ ଦିଅ । ଭଗବାନ ତଥାସ୍ତୁ କହିଲେ ।

ପରେ ସଂସାରରେ 🐒ମାଙ୍କଡ ଜନ୍ମ ନେଲା । ଭଗବାନ କହିଲେ ତୁ କେବଳ ଏ ଡାଳରୁ ସେ ଡାଳକୁ ଡେଇଁବୁ । ତୋର ବୟସ ୨୦ବର୍ଷ । 🐒ମାଙ୍କଡ କହିଲା ୨୦ବର୍ଷ ବହୁତ ହୋଇଗଲା, ମୋତେ ମାତ୍ର ୧୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ସର୍ବଶେଷରେ ଭଗବାନ 🕺🏻ମଣିଷ ଦୁନିଆକୁ ଆଣିଲେ ଓ କହିଲେ ତୁମେ ଜୀବ ଜଗତର ସବୁଠାରୁ ଶ୍ରେଷ୍ଠ ପ୍ରାଣି । ତୁମ ବୟସ ୨୦ ବର୍ଷ । 🕺🏻ମଣିଷ କହିଲା ପ୍ରଭୁ ଏତେ କମ୍ ବୟସ ମୋର ? ମୋତେ ସେ 🐺ଗଧର ୩୦ବର୍ଷ, 🐕କୁକୁରର ୧୫ବର୍ଷ ଓ 🐒ମାଙ୍କଡର ୧୦ ବର୍ଷ ମୋତେ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ । ସେଦିନ ଠାରୁ ଭଗବାନଙ୍କ ଦ୍ବାରା ଦିଆଯାଇଥିବା ୨୦ବର୍ଷ  ମଣିଷତ୍ବ, ବିବେକ, ବୁଦ୍ଧି ଓ ନ୍ୟାୟବନ୍ତ ପରି 🕺🏻ମଣିଷଟିଏ ହୋଇ ବଞ୍ଚୁଛି । ବିବାହ ସରିବା ପରେ 🐺ଗଧ ଠାରୁ ଆଣିଥିବା ୩୦ବର୍ଷ 🐺ଗଧ ପରି କାମ କରେ । ସନ୍ତାନ ସନ୍ତତି ବଡ ହୋଇଯିବା ପରେ 🐕କୁକୁରର ୧୫ବର୍ଷରେ ସେ ସେମାନଙ୍କୁ ଜଗୁଆଳି ହୋଇ ଜଗି ରହେ । ଯାହା ଖାଇବାକୁ ଦିଅନ୍ତି ଖାଏ ନହେଲେ ନାହିଁ । ବାକି ରହିଲା 🐒ମାଙ୍କଡର ୧୦ବର୍ଷ, ସେ ଆଜି ବଡପୁଅ ଘରେ ତ କାଲି ସାନ ପୁଅ ଓ ଆଉ କିଛି ଦିନ ଝିଅ  ଘରେ 🐒ମାଙ୍କଡ ପରି ଏ ଡାଳରୁ ସେ ଡାଳକୁ ଡେଇଁଥାଏ । ନାତି ନାତୁଣିଙ୍କୁ ଖୁସି କରିବା ପାଇଁ କେତେବେଳେ 🐅ବାଘ ହୋଇଯାଏ ତ କେତେବେଳେ 🐼ଭାଲୁ ହୋଇଯାଏ । ଏହା ହେଉଛି 🕺🏻ମଣୀଷ ଜୀବନର ସତ୍ୟତା । ଭାଇ ମାନେ ଭଲ ଲାଗିଲେ ଆଗକୁ share କର । ମାର୍କେଟ ରେ ପୁରା ନୂଆ ।