Kabisurya Nagar # ହସକଥା ™ # 5

Posted by Basant Info on September 09, 2017 with No comments
🙏ଜୀବନରେ ଗୋଟିଏ ଅପ୍ରିୟ ସତ୍ୟ🙏

  🙇ଟିକେ ମନ ଦେଇ ପଢିବା🙇
ଥରେ ଜଣେ 🎅ଗୁରୁ ତାଙ୍କର ଦୁଇ ଜଣ 👬ଶିଷ୍ୟ ଙ୍କୁ ପାଖକୁ ଡାକିଲେ ଓ କହିଲେ ତୁମେ ଦୁଇଜଣଙ୍କୁ ଏହି ସ୍ଥାନ ଠାରୁ ୫୦ କି.ମି. ଦୁରକୁ ଯିବାକୁ ଅଛି ।

ଜଣେ 💁‍♂ଶିଷ୍ୟ ଙ୍କୁ ଖାଦ୍ୟ 🍛🍱🥘🍪🍩🍿ସାମଗ୍ରୀ ପୂର୍ଣ ଥିବା ଗୋଟିଏ ବଡ ବାକ୍ସ 🕋 ଦେଲେ ଓ କହିଲେ , ତୁମ ଇଛାନୁସାରେ କେହି ଦୁଃଖୀ ଦରିଦ୍ରଙ୍କୁ ବାଣ୍ଟିଦେବ ।

ଦିତୀୟ ଶିଷ୍ୟ ଜଣକୁ ଗୋଟିଏ ଖାଲି 🗃ବାକ୍ସ ଦେଲେ ଓ କହିଲେ ତୁମ ମନ ପସନ୍ଦର ଯାହା ରାସ୍ତାରୁ ପାଇବ ତାକୁ ଏହି ବାକ୍ସରେ ପୁରେଇ ନେଇ ଆସିବ ।

ଦୁଇ ଜଣ ଯାକ ବାହାରି ପଡିଲେ ।
ଯାହା କାନ୍ଧରେ ଖାଦ୍ୟ ପୂର୍ଣ ବାକ୍ସ ଥିଲା , ସେ ଧୀରେ ଧୀରେ ବହୁତ କଷ୍ଟରେ ଯାଉଥିଲେ ,

କିନ୍ତୁ ଦ୍ବିତୀୟ ଶିଷ୍ୟଟି,ଯାହା ପାଖରେ ଖାଲି ବାକ୍ସ ଥିଲା, ସେ ବହୁତ ଖୁସିରେ ଯାଉଥିଲା ।

କିଛି ବାଟ ଗଲା ପରେ ତାକୁ ଏକ ସୁନାର 💎💰🎁ଇଟା ମିଳିଲା । ସେ ଏହାକୁ ତାହାର ବାକ୍ସରେ ରଖିଲା । ସେ ମନ ଖୁସିରେ ଆଗେଇ ଚାଲିଲା ।

ଯେତେଯେତେ ଅଧିକ ବାଟ ଚାଲିଲା, ସେ ସେତେ ଅଧିକ ସୁନା ପାଇଲା ଓ ତାର ବାକ୍ସ ପୂୂର୍ଣ ହୋଇଗଲା

ତାର ବାକ୍ସର ଓଜନ ବଢିଚାଲିଲା । ଗୋଟେ ଗୋଟେ ପାଦ ଚାଲିବା 🚶🏻କଷ୍ଟ ହୋଇ ପଡିଲା । ତାକୁ ନିଶ୍ବାସ ପ୍ରଶ୍ବାସ ନେବାରେ ବହୁତ କଷ୍ଟ ହେଲା

କିନ୍ତୁ ପ୍ରଥମ ଶିଷ୍ୟ ଯେତେଯେତେ ବାଟ ଆଗକୁ ଚାଲିଲା , ରାସ୍ତାରେ ତା ସହ ଦେଖାହେଉଥିବା ସମସ୍ତ ଭୋକିଲା ମାନଙ୍କୁ ତା ବାକ୍ସରୁ ଖାଇବା ଜିନିଷ ଦେଇ ଚାଲିଲା ଓ ତାର ବାକ୍ସର ଓଜନ କମି କମି ଗଲା ।
ଆଉ ସେ ବହୁତ ଆରାମରେ ଚାଲିଲା🙋‍♂ ।

🙇ଟିକିଏ ମନ ଦେଇ ଭାବନ୍ତୁ🙇

ଯିଏ ବାଣ୍ଟି ଚାଲିଲା, ତାର ଲକ୍ଷ୍ୟ ସ୍ଥଳରେ ପହଁଞ୍ଚୀବା ବହୁତ ସହଜ ହୋଇଗଲା 🕺।

ଯିଏ ଲୋଭରେ ଗୋଟେଇ ଗୋଟେଇ ଚାଲିଲା, ସେ ରାସ୍ତାରେ ତାର ପ୍ରାଣ ହରେଇ ଦେଲା 🙅‍♂।

ଟିକେ ହୃଦୟରୁ ଭାବିଲେ, ଆମେ ଆମ ଜୀବନରେ କଣ ବାଣ୍ଟିଛୁ ଓ କଣ ଗୋଟେଇଛୁ ।ତେବେ ଆମେ ଆମ ଲକ୍ଷ୍ୟ ସ୍ଥଳରେ କେମିତି ପହଁଚିବା ?

ଜୀବନର ଗୋଟେ ଅପ୍ରିୟ ସତ୍ୟ

ଆପଣଙ୍କୁ ୬୦ ବର୍ଷ ପାର ହୋଇଗଲେ କେହି ବି ଆପଣଙ୍କୁ ପଚାରିବେନି କି ଆପଣଙ୍କର ବ୍ୟାଙ୍କ ବ୍ୟାଲେନ୍ସ କେତେ ଓ ଆପଣଙ୍କର କେତୋଟି ଗାଡି ଘୋଡା ଅଛି ....?

କେବଳ ଦୁଇଟି ପ୍ରଶ୍ନ ପଚାରିବେ ....

୧:- ଆପଣଙ୍କ ସ୍ବାସ୍ଥ୍ୟ କେମିତି ଅଛି ...
?

୨:- ଆପଣଙ୍କ ପିଲା କଣ କରୁଛି ....?

ଯଦି, ମୋର ଏହି ମେସେଜ୍ ଆପଣଙ୍କୁ ଭଲ ଲାଗିଥାଏ , ତେବେ ଅନ୍ୟମାନଙ୍କୁ ମଧ୍ୟ ସେୟାର୍ କରନ୍ତୁ ।

କିଏ ଜାଣେ ହୁଏତ ଆପଣଙ୍କ ମାଧ୍ୟମରେ ଆଉ କାହାର ଚିନ୍ତାଧାରା ବଦଳି ଯାଇପାରେ ।

👬ଖୁସି ବାଣ୍ଟନ୍ତୁ, ନିଶ୍ଚୟ ଶାନ୍ତି ପାଇବେ👬
🙏🏻ଜୟ ଜଗନ୍ନାଥ🙏🏻

     🙏🙏
     🙏🙏

🌹🌅🕉🕉🌅🌹