Kabiaurya Nagar

Posted by Basant Info on September 09, 2017 with No comments

ତ୍ରିବାର ସତ୍ୟ-: ୧-: ଦୁନିଆରେ ସବୁଠାରୁ ବଡ ଶକ୍ତି ପୁରୁଷର "ବିବେକ' ଓ ମହିଳାଙ୍କ "ସୁନ୍ଦରତା' । ୨-: ସବୁ ବନ୍ଧୁତ୍ବ ଭିତରେ କିଛି ନା କିଛି "ସ୍ବାର୍ଥ' ଲୁଚି ରହିଥାଏ । ଏହା ତ୍ରୀବାର ସତ୍ୟ । ୩-: ନିଜ ସନ୍ତାନ ଓ ସନ୍ତତିକୁ ପ୍ରଥମ ପାଞ୍ଚବର୍ଷ ବହୁତ ପ୍ରେମ କର, ଛଅ ବର୍ଷରୁ ଷୋହଳ ବର୍ଷ ପର୍ଯ୍ୟନ୍ତ କଠୋର ଅନୁସାଶନ, ସଂସ୍କାର ଶିଖାଅ ଓ ଷୋହଳ ବର୍ଷ ଠାରୁ ସେମାନଙ୍କ ସହିତ ମିତ୍ର ପରି ବ୍ୟବହାର କର । ନିଜ ପିଲାମାନେ ସବୁଠାରୁ ଭଲ ମିତ୍ର ଅଟନ୍ତି । ୪-: ଅନ୍ୟମାନଙ୍କ ଭୁଲରୁ ନିଜେ ଶିଖିବାକୁ ଚେଷ୍ଟା କର । ନିଜ ଉପରେ ପ୍ରୟୋଗ କରି ଶିଖିବାକୁ ଚାହିଁଲେ ସାରା ଜୀବନ କମ୍ ପଡିଯିବ । ୫-: କୌଣସି ବ୍ୟକ୍ତି ସମ୍ପୁର୍ଣ ସଚ୍ଚୋଟ ହେବା ଠିକ୍ ନୁହଁ । ସିଧା ବୃକ୍ଷ ଓ ସିଧା ସାଧା ବ୍ୟକ୍ତି ପ୍ରଥମେ ବଳି ପଡନ୍ତି । ୬-: କୌଣସି ସର୍ପ ବିଷାକ୍ତ ନହେଉ ପଛେ ବିଷାକ୍ତର ଅଭିନୟ କରିବା ଉଚିତ୍ । ଦଶଂନ କରିବାର ଶକ୍ତି ନଥାଉ ପଛେ ଦଶଂନ କରିବାର କ୍ଷମତା ଅଛି ବୋଲି ଅନ୍ୟକୁ ବିଶ୍ବାସ କରାଇବା ଉଚିତ୍ । ୭-: କୌଣସି କାମ ଆରମ୍ଭ କରିବା ପର୍ବରୁ ୩ଟି ପ୍ରଶ୍ନ ନିଜେ ନିଜକୁ ପଚାରିବା ଉଚିତ । (କ)-: ମୁଁ ଏପରି କାହିଁକି କରିବି ? (ଖ)-: ଏହାର ପରିଣାମ କଣ ହେବ ? (ଗ)-: ମୁଁ ଏହି କାର୍ଯ୍ୟରେ ସଫଳ ହେବି କି ନାହିଁ ? ୮-: ଭୟକୁ ନିଜ ପାଖକୁ ଆସିବାକୁ ଦିଅ ନାହିଁ । ଯଦି ବି ଆସିଗଲା ପ୍ରତିରୋଧ କର । ଅର୍ଥାତ୍ ଭୟ ଠାରୁ ଦୂରକୁ ନଯାଇ ସାମନା କରିବା ଉଚିତ୍ । ୯-: ସୁଗନ୍ଧର ପ୍ରସାର ପବନ ବହୁଥିବା ଦିଗକୁ ସୁଗନ୍ଧିତ କରିଥାଏ । କିନ୍ତୁ ଭଲଗୁଣ ସବୁ ସ୍ଥାନ ଓ ସବୁ ସମୟରେ ପରିପ୍ରକାଶ ହୋଇଥାଏ । ୧୦-: ଭଗବାନ ଚିତ୍ରରେ ନୁହେଁ ଚରିତ୍ରରେ ରୁହନ୍ତି । ନିଜ ଆତ୍ମାକୁ ମନ୍ଦିରର ସ୍ବରୁପ ଦିଅ । ୧୧-: ବ୍ୟକ୍ତି ନିଜ ଆଚରଣ ଓ ଭଲ ସ୍ବଭାବରୁ ମହାନ ହୋଇଥାଏ, ଜନ୍ମରୁ ନୁହେଁ । ୧୨-: ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ଉଚ୍ଚ ସ୍ତରରେ କିମ୍ଭା ନିମ୍ନ ସ୍ତରରେ, ସେମାନଙ୍କ ସହିତ ବନ୍ଧୁତା କରିବା ଅନୁଚିତ୍ । ସେମାନେ ଆପଣଙ୍କ ଦୁଃଖର କାରଣ ହୋଇପାରନ୍ତି । ସମସ୍ତରରେ ଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ, ସେମାନେ ଆପଣଙ୍କ ଦୁଃଖ ଲାଘବ କରିବେ । ୧୩-: ମୁର୍ଖ ପାଇଁ ପୁସ୍ତକର ମହତ୍ବ, ଅନ୍ଧ ପାଇଁ ଦର୍ପଣର ମହତ୍ବ ସହିତ ସମାନ ହୋଇଥାଏ । ୧୪-: ଶିକ୍ଷ୍ୟା ଆପଣଙ୍କର ସବୁଠାରୁ ଭଲ ବନ୍ଧୁ ହୋଇଥାଏ । ଏହା ଆପଣଙ୍କୁ ସର୍ବଦା ସମ୍ମାନର ଅଧୀକାରି କରିଥାଏ । ୧୫-: (କ)-: ଦୁନିଆରେ ଭଗବାନଙ୍କ ସର୍ବଶ୍ରେଷ୍ଠ ରଚନା କଣ ଅଟେ ? ଉ-: "ମା' । (ଖ)-: ସର୍ବଶ୍ରଷ୍ଠ ଫୁଲ କଣ ଅଟେ ? ଉ-: କପା ଫୁଲ । (ଗ)-: ସର୍ବଶ୍ରେଷ୍ଠ ସୁଗନ୍ଧ କଣ ଅଟେ ? ଉ-: ପ୍ରଥମ ବର୍ଷାରେ ଓଦା ହୋଇଥିବା ଭିଜା ମାଟିର ବାସ୍ନା । (ଘ)-: ସବୁଠାରୁ ମିଠା କଣ ଅଟେ ? ଉ-: "ବାଣୀ, କଥା' । (ଙ)-: ସର୍ବଶ୍ରେଷ୍ଠ କ୍ଷୀର ? ଉ-: "ମା କ୍ଷୀର' । (ଚ)-: ସବୁଠାରୁ କଳା କଣ ଅଟେ ? ଉ-: "କଳଙ୍କ' । (ଛ)-: ସବୁଠାରୁ ଅଧିକ ଓଜନ ? ଉ-: "ପାପ' । (ଜ)-: ସବୁଠାରୁ ଶସ୍ତା କଣ ଅଟେ ? ଉ-: "ଉପଦେଶ' । (ଝ)-: ସବୁଠାରୁ ମହଙ୍ଗା ? ଉ-: "ସାହାଯ୍ୟ, ସହାନଭୂତି' । (ଞ)-: ସବୁଠାରୁ କଠିନ ? ଉ-: "ସତ୍ୟ' । ଭଲ ଲାଗିଲେ ସେୟାର କରି ବାକୁ ଭୁଲିବେ ନାହିଁ