1

Posted by Basant Info on September 09, 2017 with 1 comment
ତ୍ରିବାର ସତ୍ୟ-:

୧-: ଦୁନିଆରେ ସବୁଠାରୁ ବଡ ଶକ୍ତି ପୁରୁଷର "ବିବେକ' ଓ ମହିଳାଙ୍କ "ସୁନ୍ଦରତା' ।

୨-: ସବୁ ବନ୍ଧୁତ୍ବ ଭିତରେ କିଛି ନା କିଛି "ସ୍ବାର୍ଥ' ଲୁଚି ରହିଥାଏ । ଏହା ତ୍ରୀବାର ସତ୍ୟ ।

୩-: ନିଜ ସନ୍ତାନ ଓ ସନ୍ତତିକୁ ପ୍ରଥମ ପାଞ୍ଚବର୍ଷ ବହୁତ ପ୍ରେମ କର, ଛଅ ବର୍ଷରୁ ଷୋହଳ ବର୍ଷ ପର୍ଯ୍ୟନ୍ତ କଠୋର ଅନୁସାଶନ, ସଂସ୍କାର ଶିଖାଅ ଓ ଷୋହଳ ବର୍ଷ ଠାରୁ ସେମାନଙ୍କ ସହିତ ମିତ୍ର ପରି ବ୍ୟବହାର କର । ନିଜ ପିଲାମାନେ ସବୁଠାରୁ ଭଲ ମିତ୍ର ଅଟନ୍ତି ।

୪-: ଅନ୍ୟମାନଙ୍କ ଭୁଲରୁ ନିଜେ ଶିଖିବାକୁ ଚେଷ୍ଟା କର । ନିଜ ଉପରେ ପ୍ରୟୋଗ କରି ଶିଖିବାକୁ ଚାହିଁଲେ ସାରା ଜୀବନ କମ୍ ପଡିଯିବ ।

୫-: କୌଣସି ବ୍ୟକ୍ତି ସମ୍ପୁର୍ଣ ସଚ୍ଚୋଟ ହେବା ଠିକ୍ ନୁହଁ । ସିଧା ବୃକ୍ଷ ଓ ସିଧା ସାଧା ବ୍ୟକ୍ତି ପ୍ରଥମେ ବଳି ପଡନ୍ତି ।

୬-: କୌଣସି ସର୍ପ ବିଷାକ୍ତ ନହେଉ ପଛେ ବିଷାକ୍ତର ଅଭିନୟ କରିବା ଉଚିତ୍ । ଦଶଂନ କରିବାର ଶକ୍ତି ନଥାଉ ପଛେ ଦଶଂନ କରିବାର କ୍ଷମତା ଅଛି ବୋଲି ଅନ୍ୟକୁ ବିଶ୍ବାସ କରାଇବା ଉଚିତ୍ ।

୭-: କୌଣସି କାମ ଆରମ୍ଭ କରିବା ପର୍ବରୁ ୩ଟି ପ୍ରଶ୍ନ ନିଜେ ନିଜକୁ ପଚାରିବା ଉଚିତ ।
(କ)-: ମୁଁ ଏପରି କାହିଁକି କରିବି ?
(ଖ)-: ଏହାର ପରିଣାମ କଣ ହେବ ?
(ଗ)-: ମୁଁ ଏହି କାର୍ଯ୍ୟରେ ସଫଳ ହେବି କି ନାହିଁ ?

୮-: ଭୟକୁ ନିଜ ପାଖକୁ ଆସିବାକୁ ଦିଅ ନାହିଁ । ଯଦି ବି ଆସିଗଲା ପ୍ରତିରୋଧ କର । ଅର୍ଥାତ୍ ଭୟ ଠାରୁ ଦୂରକୁ ନଯାଇ ସାମନା କରିବା ଉଚିତ୍ ।

୯-: ସୁଗନ୍ଧର ପ୍ରସାର ପବନ ବହୁଥିବା ଦିଗକୁ ସୁଗନ୍ଧିତ କରିଥାଏ । କିନ୍ତୁ ଭଲଗୁଣ ସବୁ ସ୍ଥାନ ଓ ସବୁ ସମୟରେ ପରିପ୍ରକାଶ ହୋଇଥାଏ ।

୧୦-: ଭଗବାନ ଚିତ୍ରରେ ନୁହେଁ ଚରିତ୍ରରେ ରୁହନ୍ତି । ନିଜ ଆତ୍ମାକୁ ମନ୍ଦିରର ସ୍ବରୁପ ଦିଅ ।

୧୧-: ବ୍ୟକ୍ତି ନିଜ ଆଚରଣ ଓ ଭଲ ସ୍ବଭାବରୁ ମହାନ ହୋଇଥାଏ, ଜନ୍ମରୁ ନୁହେଁ ।

୧୨-: ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ଉଚ୍ଚ ସ୍ତରରେ କିମ୍ଭା ନିମ୍ନ ସ୍ତରରେ, ସେମାନଙ୍କ ସହିତ ବନ୍ଧୁତା କରିବା ଅନୁଚିତ୍ । ସେମାନେ ଆପଣଙ୍କ ଦୁଃଖର କାରଣ ହୋଇପାରନ୍ତି । ସମସ୍ତରରେ ଥିବା ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ, ସେମାନେ ଆପଣଙ୍କ ଦୁଃଖ ଲାଘବ କରିବେ ।

୧୩-: ମୁର୍ଖ ପାଇଁ ପୁସ୍ତକର ମହତ୍ବ, ଅନ୍ଧ ପାଇଁ ଦର୍ପଣର ମହତ୍ବ ସହିତ ସମାନ ହୋଇଥାଏ ।

୧୪-: ଶିକ୍ଷ୍ୟା ଆପଣଙ୍କର ସବୁଠାରୁ ଭଲ ବନ୍ଧୁ ହୋଇଥାଏ । ଏହା ଆପଣଙ୍କୁ ସର୍ବଦା ସମ୍ମାନର ଅଧୀକାରି କରିଥାଏ ।

୧୫-: (କ)-: ଦୁନିଆରେ ଭଗବାନଙ୍କ ସର୍ବଶ୍ରେଷ୍ଠ ରଚନା କଣ ଅଟେ ?
ଉ-: "ମା' ।
(ଖ)-: ସର୍ବଶ୍ରଷ୍ଠ ଫୁଲ କଣ ଅଟେ ?
ଉ-: କପା ଫୁଲ ।
(ଗ)-: ସର୍ବଶ୍ରେଷ୍ଠ ସୁଗନ୍ଧ କଣ ଅଟେ ?
ଉ-: ପ୍ରଥମ ବର୍ଷାରେ ଓଦା ହୋଇଥିବା ଭିଜା ମାଟିର ବାସ୍ନା ।
(ଘ)-: ସବୁଠାରୁ ମିଠା କଣ ଅଟେ ?
ଉ-: "ବାଣୀ, କଥା' ।

(ଙ)-: ସର୍ବଶ୍ରେଷ୍ଠ କ୍ଷୀର ?
ଉ-: "ମା କ୍ଷୀର' ।

(ଚ)-: ସବୁଠାରୁ କଳା କଣ ଅଟେ ?
ଉ-: "କଳଙ୍କ' ।

(ଛ)-: ସବୁଠାରୁ ଅଧିକ ଓଜନ ?
ଉ-: "ପାପ' ।

(ଜ)-: ସବୁଠାରୁ ଶସ୍ତା କଣ ଅଟେ ?
ଉ-: "ଉପଦେଶ' ।

(ଝ)-: ସବୁଠାରୁ ମହଙ୍ଗା ?
ଉ-: "ସାହାଯ୍ୟ, ସହାନଭୂତି' ।

(ଞ)-: ସବୁଠାରୁ କଠିନ ?
ଉ-: "ସତ୍ୟ' ।
ଭଲ ଲାଗିଲେ ସେୟାର କରି ବାକୁ ଭୁଲିବେ ନାହିଁ